INDIA-AMERICA-BRITISH

WELCOME TO KATY INDIA- ALL THE ARTICLES WRITTEN BY LOKANATH MISHRA ON INDIAN-AMERICAN -BRITISH - SOCIAL AND CULTURAL MATTERS ARE BEING RE PRODUCED IN THIS BLOG POST
LORD SHRI JAGANNATH & LORD SHRI KRISHNA ARE MAHA VISHNU.SHRI JAGANNATH IS BEING WORSHIPED THROUGHOUT THE WORLD.

Monday, 18 September 2023

LOKANATH MISHRA

 🔥 *ପିତୃପକ୍ଷ ବିଶେଷ* 🔥 ♾️♾️♾️♾️⭕⭕♾️♾️♾️♾️ *ଆମର ସଂସ୍କୃତି ଆମର ଗୌରବ* *ଆମର ପରମ୍ପରା ଆମର ସ୍ବାଭିମାନ* ହିନ୍ଦୁ ଧର୍ମରେ ଶ୍ରାଦ୍ଧ କର୍ମ ନିଜର ମୃତ ପୈତୃକ ଓ ମାତୃକ ପୂର୍ବଜ ମାନଙ୍କ ଆତ୍ମା ଶାନ୍ତି ପାଇଁ ଅଭିପ୍ରେତ ଏକ ଧାର୍ମିକ କାର୍ଯ୍ୟ। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଯାଏଁ ଶ୍ରାଦ୍ଧପକ୍ଷ ପାଳିତ ହୁଏ। ତେଣୁ ଏହି ଷୋହଳ ଦିନ ଭିତରେ ଯେଉଁ ତିଥିରେ ଯାହାର ମୃତ୍ୟୁ ହୋଇଥିବ, ସେଇ ତିଥିରେ ତାଙ୍କୁ ଶ୍ରାଦ୍ଧ ଦେବାର ବିଧାନ ରହିଛି। ଉଦାହରଣ ସ୍ୱରୂପ ଯଦି ଜଣଙ୍କର ମୃତ୍ୟୁ ଅଷ୍ଟମୀ ତିଥିରେ ହୋଇଛି, ତେଣିକି ତାଙ୍କ ମୃତ୍ୟୁ ବର୍ଷର ଯେ କୌଣସି ମାସ ବା ଯେ କୌଣସି ପକ୍ଷ (ଶୁକ୍ଳ ବା କୃଷ୍ଣ) ରେ ହୋଇଥିଲେ ମଧ୍ୟ ସେହି ବ୍ୟକ୍ତିଙ୍କ ଶ୍ରାଦ୍ଧ ତିଥି ଅଷ୍ଟମୀ ରହିବ ପିତୃପକ୍ଷ ସମୟରେ। ତେବେ ଏଥିରେ ଆଉ କେତୋଟି ବ୍ୟତିକ୍ରମ ବି ରହିଛି, ଯେପରିକି - ଭରଣୀ ଚତୁର୍ଥୀ କିମ୍ବା ଭରଣୀ ପଞ୍ଚମୀ - ଯାହାଙ୍କର ମୃତ୍ୟୁ ଗତବର୍ଷ ହୋଇଥିବ, ତାଙ୍କ ଶ୍ରାଦ୍ଧ ପିତୃପକ୍ଷର ଚତୁର୍ଥୀ କିମ୍ବା ପଞ୍ଚମୀ ଦିନ କରିବା ପାଇଁ ବିଧାନ ରହିଛି। ଅବିଧା ନବମୀ - କୌଣସି ନାରୀ ସଧବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ସେହି ସ୍ତ୍ରୀ ପାଇଁ ସ୍ୱାମୀ ନବମୀ ତିଥିରେ ଶ୍ରାଦ୍ଧ କରନ୍ତି ଏବଂ ସଧବା ମହିଳା ମାନଙ୍କୁ ନିମନ୍ତ୍ରଣ କରି ଭୋଜନ ଓ ଉପହାର ଦେଇ ଶ୍ରାଦ୍ଧ କର୍ମ ସମାପନ କରନ୍ତି। ଦ୍ଵାଦଶୀ ତିଥି - ଏହି ତିଥିରେ ମୃତ ବାଳକ ଓ ସାଧୁ ମାନଙ୍କ ଶ୍ରାଦ୍ଧ କରାଯାଏ। ଘାତ ଚତୁର୍ଦ୍ଦଶୀ - ଶସ୍ତ୍ର କିମ୍ବା ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶ୍ରାଦ୍ଧ କରାଯାଏ। ସ୍ୱାଭାବିକ ଭାବରେ ମୃତ୍ୟୁବରଣ କରିଥିବା ପୂର୍ବଜଙ୍କ ଶ୍ରାଦ୍ଧ ଚତୁର୍ଦ୍ଦଶୀ ରେ କରିବା ଅନୁଚିତ, ବରଂ ତହିଁ ପରଦିନ କରିପାରିବେ। ନଚେତ ପରିବାରରେ ଅନାବଶ୍ୟକ କଳହ, ସମସ୍ୟା, ଏପରିକି ଅସମୟ ମୃତ୍ୟୁ ବି ହୋଇପାରେ ବୋଲି ମାନ୍ୟତା ରହିଛି। ସର୍ବପିତୃ ଅମାବାସ୍ୟା - ଏହା ସର୍ବଶ୍ରେଷ୍ଠ ତିଥି ଅଟେ। ତେଣୁ ଯେଉଁ ମୃତକଙ୍କ ମୃତ୍ୟୁ ତିଥି ଜ୍ଞାତ ନଥିବ କିମ୍ବା କୌଣସି କାରଣ ବଶତଃ ଯଦି ଶ୍ରାଦ୍ଧ କରିପାରି ନଥିବେ, ତେବେ ସେ ସମସ୍ତଙ୍କ ଶ୍ରାଦ୍ଧ ଏହି ତିଥିରେ କରିଦିଆଯାଏ। ଏହି ଦିନ କରାଯାଇଥିବା ଶ୍ରାଦ୍ଧ, ଗୟାଶ୍ରାଦ୍ଧ ସମାନ ଫଳଦାୟୀ ହୋଇଥାଏ। ହିନ୍ଦୁ ପୌରାଣିକ ମାନ୍ୟତା ଅନୁସାରେ, କୌଣସି ମୃତାତ୍ମାଙ୍କୁ ସେ ପର୍ଯ୍ୟନ୍ତ ମୋକ୍ଷ ମିଳେ ନାହିଁ ଯେପର୍ଯ୍ୟନ୍ତ ତାଙ୍କ ପୁତ୍ର କିମ୍ବା ପୌତ୍ର ତାଙ୍କ ଶ୍ରାଦ୍ଧ କରିନଥାନ୍ତି। ସେ ପର୍ଯ୍ୟନ୍ତ ସେହି ମୃତାତ୍ମା ମାନେ ପିତୃଲୋକରେ ହିଁ ନିବାସ କରନ୍ତି। ହିନ୍ଦୁ ମାନ୍ୟତା ଅନୁସାରେ ଜ୍ୟେଷ୍ଠ ପୁତ୍ରହିଁ ନିଜ ମାତା ପିତାଙ୍କ ଶ୍ରାଦ୍ଧ କରିବା ପାଇଁ ଅଧିକାର ବହନ କରେ। ହିନ୍ଦୁ ସମାଜରେ ଏଥିପାଇଁ ପୁତ୍ରର ମହତ୍ତ୍ୱ ସର୍ବ ବିଦିତ ଅଟେ। ପୁତ୍ର ନଥିଲେ କିମ୍ବା ପୁତ୍ରର ଅନୁପସ୍ଥିତିରେ ପିତା ପକ୍ଷରୁ ଯେ କୌଣସି ପୁରୁଷ ଶ୍ରାଦ୍ଧ କରିପାରିବେ। ସେହିପରି ମାତୁଳ ପକ୍ଷରେ କୌଣସି ପୁରୁଷ ସଦସ୍ୟ ନଥିଲେ ଝିଅର ପୁଅ (ଭଣଜା) ଶ୍ରାଦ୍ଧ କରିପାରିବ।

No comments:

Post a Comment

Note: only a member of this blog may post a comment.