ଓଡ଼ିଶା:- ଖାରବେଳଙ୍କ ତିଆରି ହାତୀଗୁମ୍ଫାରେ ଥିବା ଶିଳାଲେଖ, ଉଦୟଗିରି ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ ତ। ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା । ଗଙ୍ଗ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ତିଆରି କୋଣାର୍କ ସୂର୍ଯ୍ୟ ମନ୍ଦିର, ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି (ଆରବ), ବାବିଲନ (ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା । ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର । ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ ।ଜଯାଜପୁରରେ ରାଜଧାନୀ ସ୍ଥାପନ । ୧୦୭୮-୧୪୩୪ ଖ୍ରୀ. - ଗଙ୍ଗବଂଶର ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ । ୧୦୭୮-୧୧୫୦ ଖ୍ରୀ. - ଚୋଡ଼ଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) । ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ । ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ । ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ | ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ । ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ । ଗଂଗା ଠାରୁ ଗୋଦାବରୀ ଥିଲା ଓଡିଶା । ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ । ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି କଳାପାହାଡ଼ଦ୍ୱାରା ଓଡ଼ିଶା ଅଧିକୃତ । ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର । ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର । ୧୮୦୩ ଖ୍ରୀ. - ୧୪ ଅକ୍ଟୋବର: ବ୍ରିଟିଶମାନେ ଓଡିଶା ଅଧିକାର କଲେ। ୧୯୧୨ ଖ୍ରୀ. - ବିହାର-ଓଡ଼ିଶା , ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ । ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ୧୯୪୭ ଖ୍ରୀ. - ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ । ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ ଓଡିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ। ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ । ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା । ୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟାକୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।
No comments:
Post a Comment
Note: only a member of this blog may post a comment.